ମୁଖ୍ୟ ଖବର

କୃଷ୍ଣା ନଦୀତଟରୁ ମିଳିଲା ହଜାରେ ବର୍ଷର ପୁରୁଣା ବିଷ୍ଣୁମୂର୍ତ୍ତି, ଶିବଲିଙ୍ଗ

ବେଙ୍ଗାଲୁରୁ: ତେଲେଙ୍ଗାନା-କର୍ଣ୍ଣାଟକ ସୀମା ନିକଟ କୃଷ୍ଣା ନଦୀତଟରୁ ଏକ ପ୍ରାଚୀନ ବିଷ୍ଣୁମୂର୍ତ୍ତି ଏବଂ ଶିବଲିଙ୍ଗ ଉଦ୍ଧାର କରାଯାଇଛି। କର୍ଣ୍ଣାଟକର ରାଇଚୁରରେ ଏକ ପୋଲ ନିର୍ମାଣ ସମୟରେ ଏହି ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି। ବିଶ୍ୱାସ କରାଯାଉଛି ଯେ ଏହି ମୂର୍ତ୍ତିଗୁଡ଼ିକ ୧୦୦୦ ବର୍ଷ ପୁରୁଣା ହୋଇପାରେ। ଏହି ବିଷ୍ଣୁ ମୂର୍ତ୍ତି ଓ ଶିବଲିଙ୍ଗ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀନରେ ରହିଛି। ବିଷ୍ଣୁମୂର୍ତ୍ତି ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ପ୍ରତିମୂର୍ତ୍ତିର ବୈଶିଷ୍ଟ୍ୟ ସହିତ ସମାନ । ବିଷ୍ଣୁ ମୂର୍ତ୍ତି ଠିଆ ଅବସ୍ଥାରେ ଅଛି ଏବଂ ଏହାର ଚାରିପାଖରେ ୧୦ଟି ଅବତାରକୁ ଦର୍ଶାଯାଇଛି । ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ରାଜ୍ୟର ଖ୍ୟାତନାମା ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜ ତିଆରି କରିଥିଲେ।

Leave a Reply

Your email address will not be published. Required fields are marked *