ରାଜ୍ୟ

ଘନକୁହୁଡ଼ି ହେତୁ ଦିଲ୍ଳୀରେ ଦୃଶ୍ୟମାନତା ଶୂନ୍ୟ: ବିମାନ ଓ ରେଳ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ: ବୁଧବାର ସକାଳେ ଘନ କୁହୁଡ଼ି ହେତୁ ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳରେ ଦୃଶ୍ୟମାନତା ହ୍ର‌ାସ ପାଇଛି। ଘଡ଼ କୁହୁଡ଼ି ହେତୁ ରାଜଧାନୀ ଦିଲ୍ଲୀରେ ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି। ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଜିଠାରୁ ଦୁଇ ଦିନ ଧରି ଜାତୀୟ ରାଜଧାନୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ରାତି ୧.୩୦ରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୂନ୍ୟ ଦୃଶ୍ୟମାନ ରହିଥିଲା। ଦିଲ୍ଲୀ ବିମାନବନ୍ଦର ସୂତ୍ର ଅନୁଯାୟୀ, ଦିଲ୍ଲୀର ଘନ କୁହୁଡି ଯୋଗୁଁ ୫ ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା। ଏଥିମଧ୍ୟରୁ କିଛି ବିମାନକୁ ଜୟପୁର, ଅହମ୍ମଦାବାଦ ଏବଂ ମୁମ୍ବାଇକୁ ପଠାଯାଇଥିଲା।
ବିମାନ ଉଡ଼ାଣ ସୂଚନା ପାଇଁ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସେବା ସହିତ ଯୋଗାଯୋଗ କରିବାକୁ ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶଦାତା ଜାରି କରିଛି। ପରାମର୍ଶରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ଏବଂ ବିମାନ ଚଳାଚଳ ସଂପର୍କରେ ସୂଚନା ପାଇଁ ସମ୍ପୃକ୍ତ ବିମାନ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।

ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ ୨୩ ଟି ଟ୍ରେନ୍ ବିଳମ୍ବରେ ଚାଲୁଛି ବୋଲି ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ରିପୋର୍ଟ କରିଛି। ମଙ୍ଗଳବାର ଦିନ ଦିଲ୍ଲୀରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୪ ଡିଗ୍ରୀ ସେଲସିୟସ ଏବଂ ୮.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *