Uncategorized

ବ୍ୟକ୍ତିଗତ ଡାଏରିରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିବା ମହାତ୍ମା ଗାନ୍ଧୀଙ୍କ ବାଣୀ

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍‌ ଆର୍କାଇଭ୍‌ରେ ମୋଦୀ ବ୍ୟକ୍ତିଗତ ଡାଏରିରେ ଲେଖିଥିବା କେତୋଟି ଗାନ୍ଧୀବାଣୀ ରିଲିଜ୍‌ କରାଯାଇଛି।

ଏକ୍ସ’ କରିଥିବା ପୋଷ୍ଟ୍‌ରେ ମୋଦୀ ଆର୍କାଇଭ୍‌ ଲେଖିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଡାଏରିରୁ ଆମେ ଆପଣମାନଙ୍କ ପାଇଁ କ‌େତୋଟି ପୃଷ୍ଠା ଆଣିଛୁ। ଯେଉଁଥିରୁ ଜଣାପଡୁଛି, ସେ ଗାନ୍ଧୀଙ୍କ ବାଣୀକୁ ଖାଲି ବ୍ୟାପକ ଭାବେ ପଢ଼ି ନାହାନ୍ତି, ପ୍ରେରିତ ହେବା ଭଳି କେତୋଟି ମୂଲ୍ୟବାନ ବାଣୀ ତାଙ୍କ ବ୍ୟକ୍ତିଗତ ଡାଏରିରେ ମଧ୍ୟ ଲିପିବଦ୍ଧ କରିଛନ୍ତି। ପରବର୍ତ୍ତୀ ସମୟରେ ଏହି ବାଣୀ ସବୁ ତାଙ୍କର ପଥ ପ୍ରଦର୍ଶକ ହୋଇଛି।

ଡାଏରିରେ ପ୍ରଧାନମନ୍ତ୍ରୀ ଟିପି ଥିବା କେତୋଟି ଗାନ୍ଧୀବାଣୀ:

୧. କାହା ଉପରେ କର୍ତ୍ତୃତ୍ବ ଜାହିର କରିବାକୁ ମୋ ନିକଟରେ ପ୍ରେମ ଛଡ଼ା କୌଣସି ଅସ୍ତ୍ର ନାହିଁ।

୨. ଅହିଂସା ହେଉଛି ମୋର ଅତ୍ୟନ୍ତ ସକ୍ରିୟ ବଳ। ସେଥିରେ କାପୁରୁଷତା କି, ଦୁର୍ବଳତାର ସ୍ଥାନ ନାହିଁ। ଜଣେ ହିଂସ୍ର ମଣିଷ ଦିନେ ଅହିଂସା ଆଦରିବ ବୋଲି ଆଶା ଅଛି, କିନ୍ତୁ କାପୁରୁଷ ପାଇଁ କୌଣସି ପ୍ରତ୍ୟାଶା ନାହିଁ।

Leave a Reply

Your email address will not be published. Required fields are marked *