ରାଜ୍ୟ

ବି ଏସ୍ଏନ୍ଏଲ୍ କେବୁଲ କଟା କୁ କେନ୍ଦ୍ର କରି ବ୍ରାହ୍ମଣୀଗାଁ ପୋଲିସ ନାକେଦମ ସନ୍ଦେହ ଘେରରେ ୬ଜଣ ଯୁବକଙ୍କୁ ଅଟକ , ପରିବାର ଲୋକ ଙ୍କ ଜିମା ରେ ଛାଡ଼ିଲେ ପୋଲିସ

ବ୍ରାହ୍ମଣୀଗାଁ ତା: ୨୭/୧ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ଲଗାତାର ବି ଏସ୍ ଏନ୍ ଏଲ ର କେବୁଲ୍ କଟା ଜାରି ରହିଛି, ଆଜକୁ ପ୍ରାୟ ୪ ମାସ ବିତି ଗଲାଣି ହେଲେ ପ୍ରକୃତ ଦୋଷୀ ଧରା ପଡୁ ନାହିଁ, ଏହି ଘଟଣାକୁ କେନ୍ଦ୍ର କରି ବ୍ରାହ୍ମଣୀଗାଁ ଥାନା ରେ ବାଲିଗୁଡ଼ା ଏସ ଡି ଓ ନଭେମ୍ବର ମାସରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେହି ସମୟ ରେ ତିନି ଜଣ ଙ୍କୁ ସନ୍ଦେହ କରି ପୋଲିସ୍ ପଚରା ଉଚରା କରି ଛାଡ଼ି ଦେଇଥିଲେ। ତଥାପି ବର୍ତ୍ତମାନ ଯାଏଁ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରମ୍ବାର କେବୁଲ କାଟ ହେବା ଫଳରେ ଅଞ୍ଚଳ ର ହାଜର ହାଜର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବ୍ୟାଙ୍କିଙ୍ଗ ସେବା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିଛି, । ଏହି ଘଟଣା କୁ କେନ୍ଦ୍ର କରି ଗତ ଗୁରୁବାର ଦିନ ବ୍ରାହ୍ମଣୀଗାଁ ପୋଲିସ ୬ଜଣଙ୍କୁ ସନ୍ଦେହ କରି ଥାନା ରେ ଅଟକ ରଖି ଥିବା ବେଳେ ପ୍ରକୃତ ଦୋଷୀକୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇପାରି ନ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଏଠାରେ ପୋଲିସ ବାହିନୀ ଓ ସୁରକ୍ଷା କର୍ମୀ ମହଜୁଦ ଥିବା ବେଳେ ୪ମାସ ହେଲାଣି ଦୋଷୀ କିଭଳି ଭାବେ ଧରା ପଡୁନି , ପୋଲିସ ର ଇଚ୍ଛା ଶକ୍ତି ର ଅଭାବ ଥିବା ନେଇ ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ସ୍ଥାନୀୟ ଥାନା ଅଧିକାରୀ ଙ୍କୁ ପଚାରିବାରୁ ଟେକ୍ନିକାଲ ଟିମ ର ସହାୟତା ମଗାଯାଇଛି, ସେହି ଟିମ ଆସିଲେ ସଠିକ୍ ତଥ୍ୟ ମିଳି ପାରିବ ଏଣୁ ଉକ୍ତ ୬ଜଣ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକ ଙ୍କ ଜିମାରେ ଦିଆ ଯାଇଥିବା ନେଇ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *