ରାଜ୍ୟ

ପୁରାତନ ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ l

1989 ମସିହା ଡେରାବିଶ ସ୍କୁଲ ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ବର୍ତମାନ ସମାଜ ଡିଜିଟାଲ କୁ ଗ୍ରହଣ କରି ଲୋକମାନେ ନିଜ ନିଜ କାର୍ଯ୍ୟରେ ବେସ୍ତ ରହୁଛନ୍ତି l ପୂର୍ଵ ପରି ଏକାଠି ବସି କଥା ହେବା ଖାଇବା ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଯିବା ପାଇଁ ସମୟ ଦେବା ଦୂରର କଥା ଥିବା ବେଳେ ନିଜର ପରିବାର ବନ୍ଧୁ ବାନ୍ଧବ ମାନଙ୍କୁ ନିଜ କାର୍ଯ୍ୟରୁ ବାହାରି ସମୟ ଦେବା କଷ୍ଟକର ହୋଇପଡୁଛି l ଏପରି ସମୟରେ ଡେରାବିଶ ସ୍କୁଲ ର 1989 ମସିହା ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଡେରାବିଶ ଗୋଲରାହାଟ ପଞ୍ଚାୟତ ପାର୍କ ପରିସର ମଧ୍ୟରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ବଟପ୍ରସାଦ ହୋତା ଆୟୋଜନ ହୋଇଥିବା ବେଳେ ପୁରାତନ ଛାତ୍ର ସୁରେନ୍ଦ୍ର ବେହେରା,ଗିରିଜା ଶଙ୍କର ଦାସ, ଖୁରସିଦ ଖାଁ, ସ୍ଵର୍ଣ୍ଣଲତା ପଳାଇ, ଅଜିତ ମିଶ୍ର, ଶ୍ରୀକାନ୍ତ ରାଉତରାୟ, ଅରବିନ୍ଦ ଦାସ, ଶ୍ରୀମତୀ ବେହେରା, ସ୍ନେହମୟୀ ମିଶ୍ର, ପବିତ୍ର ମୋହନ ହୋତା, ପୁପେନ୍ଦ୍ର ବେହେରା ଓ ହୃଦାନନ୍ଦ ସିଂହ ଙ୍କ ସହଯୋଗ ରେ 1989 ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସଫଳ କରିଥିଲେ l ଆଗାମୀ ଯୁବପିଢ଼ି ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ନିଜର ସାଙ୍ଗ ସାଥି ମାନଙ୍କ ସହ ମିଳାମିଶା କରିବା ଦ୍ଵାରା ଅନେକ ଅଂଶ ରେ ଖୁସି ଅନୁଭବ କରିପାରିବେ ବୋଲି କହିଥିଲେ ଛାତ୍ର ଛାତ୍ରୀ ମାନେ l

Leave a Reply

Your email address will not be published. Required fields are marked *