ମନୋରଞ୍ଜନ

‘ଆନିମଲ’ ପାଇଁ ଏତେ ପାରିଶ୍ରମିକ ନେଇଛନ୍ତି ତୃପ୍ତି, ରିଲିଜ୍ ପରେ ୨ମିଲିୟନରୁ ଅଧିକ ଲୋକ କଲେ ଫଲୋ

ମୁମ୍ବାଇ: ଫିଲ୍ମ ରିଲିଜ୍ ପରେ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଆନିମଲ’। ଅନେକ ବଡ଼ ବଡ଼ ବଜେଟର ଫିଲ୍ମକୁ ପଛରେ ପକାଇ ଦେଇଛି ରଣବୀର କପୁରଙ୍କ ଫିଲ୍ମ। ତେବେ ରଣବୀର ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବ୍ୟତୀତ ଅଭିନେତ୍ରୀ ତ୍ରିପ୍ତି ଡିମ୍ରି ଏବେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି। ଫିଲ୍ମରେ କମ ସମୟ ପାଇଁ ନଜର ଆସି ମଧ୍ୟ ସେ ଦର୍ଶକଙ୍କ ମନ କିଣିଛନ୍ତି। ଫିଲ୍ମ‌ରେ ରଣବୀରଙ୍କ ସହ ଥିବା ତାଙ୍କର ଅନ୍ତରଙ୍ଗ ଦୃଶ୍ୟ ଏବେ ହଇଚଇ ସୃଷ୍ଟି କରିଛି।

ଏହି ଫିଲ୍ମ ପାଇଁ ରାତାରାତି ଷ୍ଟାର ପାଲଟିଥିବା ତୃପ୍ତିଙ୍କ ଫଲୋୟର୍ସ ମଧ୍ୟ ବଢ଼ିଛନ୍ତି। ରିଲିଜ୍ ପୂର୍ବରୁ ତାଙ୍କୁ ମାତ୍ର ୬ଲକ୍ଷ ଲୋକ ଫଲୋ କରୁଥିଲେ। ହେଲେ ‘ଆନିମଲ’ ରିଲିଜ୍ ହେବା ପରେ ତୃପ୍ତିଙ୍କ ଲୋକପ୍ରିୟତା ସାଙ୍ଗକୁ ତାଙ୍କ ଫଲୋୟର୍ସ ସଂଖ୍ୟା ମଧ୍ୟ ବଢ଼ିଛି। କୁହାଯାଉଛି ଯେ, ଫିଲ୍ମ ରିଲିଜ୍ ପରେ ୨ମିଲିୟନରୁ ଅଧିକ ଲୋକେ ତୃପ୍ତିଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି। ଏବେ ଇନଷ୍ଟାରେ ତାଙ୍କୁ ୩.୭ମିଲିୟମ ଲୋକ ଫଲୋ କରୁଥିବା ଦେଖାଯାଇଛି।

ଆଲିଆ ଭଟ୍ଟ, ନବ୍ୟା ନନ୍ଦା ଓ କୁଶା କପିଲାଙ୍କ ଭଳି ଲୋକପ୍ରିୟ ଷ୍ଟାର ତାଙ୍କୁ ଫଲୋ କରୁଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହି ଫିଲ୍ମ ପାଇଁ ‌ତୃପ୍ତିଙ୍କୁ ୪୦ଲକ୍ଷ ଟଙ୍କାର ପାରିଶ୍ରମିକ ମିଳିଛି। ତେବେ ଲୋକପ୍ରିୟତା ବଢ଼ିବା ସାଙ୍ଗକୁ ତୃପ୍ତିଙ୍କ ପାଖକୁ ବଡ଼ ବଡ଼ ଫିଲ୍ମର ଅଫର ଆସିବାରେ ଲାଗିଛି। କୁହାଯାଉଛି ଯେ, ତୃପ୍ତିଙ୍କୁ ବିକି କୌଶଲଙ୍କ ସହ ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବ, ଯାହାର ନିର୍ଦ୍ଦେଶନା ଦେବେ ଆନନ୍ଦ ତିୱାରୀ।

Leave a Reply

Your email address will not be published. Required fields are marked *