ମନୋରଞ୍ଜନ

ଆନିମଲ ପରେ ଶ୍ରୀରାମ ଭୂମିକାରେ ନଜର ଆସିବେ ରଣବୀର

ମୁମ୍ବାଇ: ୨୦୨୩ ମସିହାର ତୃତୀୟ ସର୍ବାଧିକ ଆୟ କରିଥିବା ସିନେମା ତାଲିକାରେ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ୍‌’ ସାମିଲ ହୋଇଛି। ଏହି ସିନେମାରେ ରଣବୀରଙ୍କ ଅଭିନୟ ଦେଖି ‌କିଛିଲୋକ ଟ୍ରୋଲ କରୁଥିବା ବେଳେ ଅନେକ ଦର୍ଶକ ଅଭିନେତାଙ୍କ ଅଭିନୟକୁ ଭୁରିଭୁରି ପ୍ରଶଂସା କରିଛନ୍ତି।ଏହି ସିନେମା ପରେପରେ ରଣବୀର ତାଙ୍କ ନୂଆ ପ୍ରୋଜେକ୍ଟରେ ବ୍ୟସ୍ତ ହୋଇଯାଇଛନ୍ତି। ‘ଆନିମଲ’ ପରେ ଅଭିନେତାଙ୍କୁ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ତାଙ୍କୁ ଅଭିନୟ କରିବାର ଦେଖିବାକୁ ମିଳିବ। ଏହି ସିନେମାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।

ସେହିପରି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲଭୀ ଏଥିରେ ମାତା ସୀତା ଭୂମିକାରେ ନଜର ଆସିବେ।

ପୂର୍ବରୁ ଆଲିଆ ଭଟ୍ଟ ମାତା ସୀତା ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ଥିଲା, କିନ୍ତୁ ତାରିଖ ସିଡ୍ୟୁଲ ହେତୁ ଆଲିଆ ଫିଲ୍ମରୁ ବାହାର ହୋଇଯାଇଥିଲେ। ବର୍ତ୍ତମାନ ନିର୍ମାତା ରାମ, ସୀତାଙ୍କ ଭୂମିକା ପାଇଁ ରଣବୀର-ସାଇ ପଲ୍ଲଭୀଙ୍କୁ କାଷ୍ଟ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦକ୍ଷିଣ ସୁପରଷ୍ଟାର ୟଶଙ୍କୁ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଦେଖିବାକୁ ମିଳିବ। ରଣବୀର କପୁର ଏବଂ ସାଇ ପାଲ୍ଲାଭି ୨୦୨୪ ଆରମ୍ଭରେ ‘ରାମାୟଣ’ ପ୍ରଥମ ଭାଗ ପାଇଁ ସୁଟିଂ ଆରମ୍ଭ କରିବେ ବୋଲି ଯୋଜନା ଅଛି।

Leave a Reply

Your email address will not be published. Required fields are marked *