ରାଜ୍ୟ

ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ ବହିଷ୍କାର କରାଯାଉ: ରିପୋର୍ଟରେ ସୁପାରିସ କଲା ‘ଏଥିକ୍‌ସ୍‌ କମିଟି’

ନୂଆଦିଲ୍ଲୀ: ‘ଅର୍ଥ ବିନିମୟରେ ପ୍ରଶ୍ନ’ ଅଭିଯୋଗରେ ‘ତୃଣମୂଳ କଂଗ୍ରେସ’ର ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର କରିବା ଲାଗି ଆଜି ଲୋକସଭାରେ ଆଗତ କରାଯାଇଥିବା ‘ଏଥିକ୍ସ୍‌ କମିଟି’ ରିପୋର୍ଟରେ ସୁପାରିସ କରାଯାଇଛି।

ପ୍ରଶ୍ନକାଳ ପରେ ଗୃହ ମୁଲତବୀ କରାଯାଇ ପୁଣି ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ  ଏହି ‘ପାନେଲ୍‌’ ବା ‘କମିଟି’ର ପ୍ରଥମ ରିପୋର୍ଟ ଉପସ୍ଥାପନ କରିଥିଲେ ‘ଏଥିକ୍ସ୍‌ କମିଟି’ର ଅଧ୍ୟକ୍ଷ ବିନୋଦ କୁମାର ସୋନ୍‌କାର୍‌।

ରିପୋର୍ଟରେ ଉଲ୍ଲେଖ ଅଛି, ମହୁଆ ମୈତ୍ର କରିଥିବା ସାଙ୍ଘାତିକ ଅପକର୍ମ କଠୋର ଦଣ୍ଡବିଧାନ ଯୋଗ୍ୟ। ତେଣୁ, କମିଟି ସୁପାରିସ କରୁଛି ଯେ, ସାଂସଦ ମହୁଆ ମୈତ୍ରଙ୍କୁ ୧୭ଶ ଲୋକସଭାର ସଦସ୍ୟ ପଦରୁ

ମହୁଆ ମୈତ୍ରଙ୍କ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ କାର୍ଯ୍ୟ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତ ସରକାର କଠୋର,ବିହିତ ଓ ସୁସଙ୍ଗଠି ଉପାୟରେ ତଦନ୍ତ କରିବା ଲାଗି କମିଟି ସୁପାରିସ କରୁଛି।

ଏହି ରିପୋର୍ଟ ଉପସ୍ଥାପନ କରାଯିବା କ୍ଷଣି ‘ତୃଣମୂଳ କଂଗ୍ରେସ’ ସଦସ୍ୟମାନଙ୍କ ସହିତ କଂଗ୍ରେସର କେତେକ ସଦସ୍ୟ ମଧ୍ୟ ରିପୋର୍ଟର କପି ପାଇବାକୁ ଦାବି କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ।

ଏହି ସୁପାରିସ ଉପରେ ଭୋଟ୍‌ କରାଯିବା ପୂର୍ବରୁ ରିପୋର୍ଟ ଉପରେ ବିତର୍କ କରିବା ଲାଗି ‘ତୃଣମୂଳ କଂଗ୍ରେସ’ ସଦସ୍ୟା କଲ୍ୟାଣ ବାନାର୍ଜୀ ଦାବି କରିଛନ୍ତି। ସୁପାରିସ ଉପରେ କରାଯିବାକୁ ଥିବା ମତଦାନ ଉପରେ ମୈତ୍ରଙ୍କୁ ବହିଷ୍କାର କରାଯିବା କଥା ନିର୍ଭର କରୁଛି।

ବହିଷ୍କାର କରାଯାଉ।

Leave a Reply

Your email address will not be published. Required fields are marked *