ରାଜ୍ୟ

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

କଣିହାଁ(ନିପ୍ର)କଣିହାଁ ବ୍ଲକ ସମଲ ଥାନା ବୁରୁକୁନା ପଞ୍ଚାୟତ ଶରଧାପୁର ଗ୍ରାମ ହାଟ ପଡିଆ ନିକଟରେ ଗଛରେ ଝୁଲିଥିବା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଖମାର ଥାନା ବୋଇତସରେଇ ଗ୍ରାମର ସଞ୍ଜୟ ସେଠୀ ବୋଲି ଜଣାପଡିଛି । ସେ କିନ୍ନର ବେଶରେ ସଜ୍ଜିତ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣା ପଡିନାହିଁ । ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ଗତକାଲି ଠାରୁ ତାଙ୍କ ଘରେ ନଥିବା ବେଳେ ଶରଧାପୁର ଠାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ନେଇ ସକାଳେ ଜଣାପଡିଥିଲା । ଖବର ପାଇ ସମଲ ପୋଲିସ ଘଟଣା ସ୍ଥାନରେ ପହଞ୍ଚିବା ସହିତ ମୃତଦେହ କୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *