ରାଜ୍ୟ

ମଧୁପୁର ପ୍ରେସ୍ ଫୋରମ ର ସ୍ବାଗତ ଓ ସମ୍ବର୍ଦ୍ଧନା ସଭା ।

ଧର୍ମଶାଳା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଙ୍ଗଗାଧର ପୁର ର ଜଗନ୍ନାଥ ମଠ ପ୍ରାଙ୍ଗଣ ରେ ଆଜି ମଧୁପୁର ପ୍ରେସ ଫୋରମ ର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇ ଅଛି । ଏହି ସଭାରେ ମୁଖ୍ଯ ଅତିଥି ଭାବେ ଧର୍ମଶାଳା ଅଞ୍ଚଳରେ ନୂତନ ଭାବେ ସରକାରଙ୍କ ସ୍ବୀକୃତ ପ୍ରାପ୍ତ ପାଇଥିବା ମଧୁପୁର ପ୍ରେସ୍ ଫୋରମ ର ସଭାପତି ସୁବ୍ରତ କୁମାର ମଲିକ ଏବଂ ସମ୍ମାନିତ ଅତିଥି ଭାବେ ସମ୍ପାଦକ ସତୃଘ୍ନ ରା ଉଳ ଯୋଗଦେଇ ଥିଲେ । ପ୍ରଥମେ ଫୋରମ୍ ତରଫରୁ ସମସ୍ତ ସଭ୍ଯ ତାଙ୍କୁ ଫୁଲଗୁଛ ଓ ତୋରଣ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏବଂ ଫୋରମ ର ସହ ସମ୍ପାଦକ ଇଶ୍ବର ଚନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳିତ କରିଥିଲେ । ସଭାପତି ଶ୍ରୀ ମଲିକ ସାମ୍ବାଦିକ ମାନଙ୍କ ର ସମସ୍ୟା ଏବଂ ଅତିତ ଓ ଭବିଷ୍ୟତ ସମ୍ବଧିତ ବିସୃତ ବିବରଣୀ ଆଲୋକପାତ କରିଥିଲେ । ମଧୁପୁର ପ୍ରେସ୍ ଫୋରମ ର ଅନ୍ୟ ସଭ୍ଯ ମାନଙ୍କ ମଧ୍ଯ ରେ ଅଜିତ କୁମାର ମିଶ୍ର, ପ୍ରମୋଦ କୁମାର ଜେନା, ଦିପକ କୁମାର ମଲିକ, ରାଜତିଲକ୍ ମହାନ୍ତି,ରଜନିକାନ୍ତ ବେହେରା,ବଳରାମ ଦାସ,ଶ୍ରୀକାନ୍ତ ମଲିକ୍,ଇଶ୍ବର ଚନ୍ଦ୍ର ବାରିକ, ପ୍ରକାଶ କୁମାର ମଲିକ ଓ ଶ୍ରୀକାନ୍ତ କୁମାର ବିଶ୍ବାଳ ଯୋଗ ଦେଇ ଥିଲେ । ଶେଷ ରେ ପ୍ରମୋଦ କୁମାର ଜେନା ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *