Uncategorized

ଉତ୍ତେଜନା ବୃଦ୍ଧି ପାଇବାରୁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମଣିପୁର ପଠାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ଦୁଇଜଣ ଛାତ୍ରଙ୍କୁ ଅପହରଣ କରି ନେଇ ହତ୍ୟା କରାଯାଇଥିବା ଘଟଣା ଜଣାପଡ଼ିବା ପରେ ମଣିପୁରରେ ପୁଣି ଉତ୍ତେଜନା ଓ ହିଂସାକାଣ୍ଡ ଆରମ୍ଭ ହେବାରୁ ବରିଷ୍ଠ ‘ଆଇପିଏସ୍‌’ ଅଧିକାରୀ ରାକେଶ ବଲୱାଲ୍‌ଙ୍କୁ ପୁଣି ତାଙ୍କ ରାଜ୍ୟକୁ ପଠାଇବାକୁ ନିଷ୍ପତ୍ତି ନେଇଛି।

ଶ୍ରୀନଗରରେ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଭାବେ ଅବସ୍ଥାପିତ ରାକେଶ ବଲ୍‌ୱାଲ୍‌ଙ୍କୁ ଅସମୟରେ କେନ୍ଦ୍ର ସରକାର ତାଙ୍କ ନିଜ ରାଜ୍ୟ ମଣିପୁରେ ପୁନଃଅବସ୍ଥାପିତ କରାଇଛନ୍ତି। ହିଂସା ପ୍ରପୀଡ଼ିତ ରାଜ୍ୟ ମଣିପୁରରେ ସହାୟତା କରିବା ପାଇଁ ବଲ୍‌ୱାଲ୍‌ କାର୍ଯ୍ୟ କରିବେ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ‘ଏଜିଏମ୍ୟୁଟି’ କ୍ୟାଡର୍‌ରୁ ମଣିପୁର କ୍ୟାଡର୍‌କୁ ‘ଆଇପିଏସ୍‌’ ରାକେଶ ବଲ୍‌ୱାଲ୍‌ଙ୍କୁ ଅସମୟରେ ଫେରାଇ ଦେବା ଲାଗି ଗୃହ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ପ୍ରସ୍ତାବକୁ ‘କ୍ୟାବିନେଟ୍‌’ର ‘ଆପଏଣ୍ଟମେଣ୍ଟ୍‌ କମିଟି’ ଅନୁମୋଦନ କରିଛି

Leave a Reply

Your email address will not be published. Required fields are marked *