Uncategorized

ସକାଳ ୯ଟା ସୁଦ୍ଧା ଛତିଶଗଡ଼ରେ ୧୦ ପ୍ରତିଶତ, ମିଜୋରାମରେ ୧୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଛତିଶଗଡ଼ରେ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ ଜାରି ରହିଛି | ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଭୋଟର ୫୩୦୪ ମତଦାନ କେନ୍ଦ୍ରରେ ଭୋଟ୍ ଦେବେ | ଛତିଶଗଡରେ ୨୫ ଜଣ ମହିଳାଙ୍କ ସମେତ ୨୨୩ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ ‌ମତଦାନ ଜାରି ରହିଛି । ତେବେ ତାଜା ସୂଚନା ମୁତାବକ ସକାଳ ୯ଟା ସୁଦ୍ଧା ମିଜୋରାମରେ ୧୫.୫୧ ପ୍ରତିଶତ ମତଦାନ ହୋଇଥିବାବେଳେ ଛତିଶଗଡରେ ପ୍ରାୟ 10 ପ୍ରତିଶତ ମତଦାନ ହୋଇଛି। ଉଲ୍ଲେଖ ଥାଉ କି ଛତିଶଗଡର କଥା କହିବାକୁ ଗଲେ ମୋଟ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଛି।ବସ୍ତର ଡିଭିଜନ ସ‌ମେତ ଅନ୍ୟ ୪ଟି ଜିଲ୍ଲା ଯଥା ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦନ-ଗଣ୍ଡାଇରେ ମତଦାନ ଜାରି ରହିଛି । ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, କେଶକାଲ, କୋଣ୍ଡାଗାଓଁ, ନାରାୟଣପୁର, ଦାନ୍ତେୱାଡ଼ା, ବିଜାପୁର ଏବଂ କୋଣ୍ଟାରେ ମତଦାନ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ। ଅବଶିଷ୍ଟ ୧୦ଟି ଆସନରେ ମତଦାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ

Leave a Reply

Your email address will not be published. Required fields are marked *