ରାଜ୍ୟ

କନ୍ଧମାଳ: ନୂତନ ହୋମଗାର୍ଡ ଆର୍ ଆଇ ଙ୍କୁ ସ୍ବାଗତ ଜଣାଇଲେ ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କର୍ମକର୍ତ୍ତା।

କନ୍ଧମାଳ ଜିଲ୍ଲା ହୋମଗାର୍ଡ ବିଭାଗରେ ନୂତନ ଆର୍ ଆଇ ଭାବେ ଶ୍ରୀ ବାଲୁକେଶ୍ୱର କଚପ ନିଯୁକ୍ତି ପାଇ ଜଏନ କରିଥିବାରୁ ।ଆଜି କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ଆଲୋଚନା ପ୍ରକାର ସଂଘର ସମସ୍ତ କର୍ମକର୍ତ୍ତା ନୂତନ ଆର୍ ଆଇ ଶ୍ରୀ ବାଲୁକେଶ୍ୱର କଚପ ଙ୍କୁ ଉପଢୌକନ ଏବଂ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇଥିଲେ। ପ୍ରଥମେ ସଂଘ କର୍ମକର୍ତ୍ତା ରିଜର୍ଭ ପୋଲିସ ପରିସରରେ ଥିବା ରାଧକୃଷ୍ଣ ମନ୍ଦିରରେ ଅଖଣ୍ଡ ଦୀପଜାଳି ପୂଜା ଅର୍ଚ୍ଚନା କରିଥିଲେ। ତା ପରେ ଶ୍ରୀ ଆର୍ ଆଇ ଙ୍କୁ ସ୍ବାଗତ ଜଣାଇଥିଲେ। ବର୍ତ୍ତମାନ କନ୍ଧମାଳ ଜିଲ୍ଲା ପୋଲିସ ବିଭାଗକୁ ଆସୁଥିବା ନୂତନ ପୋଲିସ ଅଧିକାରୀମାନଙ୍କ ଆଲୋଚନା ଏବଂ ମତାମତ ପ୍ରକାର ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ କିପରି ଉପଯୁକ୍ତ ନ୍ୟାୟ ଦେବା ସହିତ ନିଜ ନିଜର ଡିୟୁଟି ପରବର୍ତ୍ତୀ ସମୟରେ ସମାଜର ମଙ୍ଗଳ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ପାରିବ ସେ ବିଷୟରେ ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଆଜିର କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ, ସଭାପତି ପ୍ରଭାତ କୁମାର ସାହାଣୀ,ଉପ ସଭାପତି ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ ଏବଂ ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍, କୋଷାଧ୍ୟକ୍ଷ ଜୟନ୍ତୀ ଚୈଧୁରୀ,ଜଗେନ୍ଦ୍ର ବାଘ,ସୋରଜ ଦାସ କୁମୁଦିନୀ ସତପତି ପୁଷ୍ପଲତା ବେହେରା ଏବଂ ଅନ୍ୟ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ରହି, ନୂତନ ଆର୍ ଆଇ ଙ୍କୁ ସ୍ବାଗତ ଜଣାଇଥିଲେ।

Leave a Reply

Your email address will not be published. Required fields are marked *