Uncategorized

ଏଥର ଟକ୍‌ ସୋ’ ‘କଫି ଉଇଥ୍‌ କରଣ’ରେ ଦେଖିବାକୁ ମିଳିବ ଭାଇ-ଭଉଣୀଙ୍କ ଯୁଗଳବନ୍ଦୀ

ମୁମ୍ବାଇ: ବିଭିନ୍ନ କାରଣ ପାଇଁ ଆରମ୍ଭରୁ  ଚର୍ଚ୍ଚାରେ ରହି ଆସିଛି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣ’ । ଏହି ସୋ’ରେ ଭିନ୍ନ କଳାକାରମାନେ ଯୋଗ ଦେଇ ସେମାନଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା କହିଥାନ୍ତି। ନିକଟରେ ‘କଫି ଉଇଥ୍‌ କରଣ’ର ଏକ ନୂଆ ସିଜିନ୍‌ ଆରମ୍ଭ ହୋଇଯାଇଛି। ସିଜିନ୍‌ର ପ୍ରଥମ ଏପିସୋଡ୍‌ରେ ଅତିଥି ଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କ ଅଭିନେତା ସ୍ବାମୀ ରଣବୀର ସିଂହ। ତେବେ ସୋ’ରେ ଦୀପିକା କିଛି ଏପରି କହି ଦେଇଥିଲେ, ଯାହାକୁ ନେଇ ଏବେ ସୋସିଆଲ୍‌ ଖୁବ୍ ଟ୍ରୋଲ୍‌ କରାଯାଉଛି। ଏହି କାରଣରୁ ଦର୍ଶକ ଏବେ ପରବର୍ତ୍ତୀ ଏପିସୋଡ୍‌କୁ ଚାତକ ପରି ଚାହିଁ ବସିଛନ୍ତି। ପରବର୍ତ୍ତୀ ଏପିସୋଡରେ କିଏ ଅତିଥି ରହିବେ ଜାଣିବାର ଉତ୍ସୁକତା ସଭିଙ୍କ ଭିତରେ ଅଛି।

ତେବେ ରିପୋର୍ଟରୁ ପ୍ରକାଶ ଯେ ଏଥର ସୋ’ରେ ଭାଇଭଉଣୀଙ୍କ ଯୁଗଳବନ୍ଦୀ ହେବ। ଏହି ସୂଚନା ନିଜେ କରଣ ଦେଇଛନ୍ତି। ତେବେ ଭାଇଭଉଣୀଙ୍କ ଯୁବଳବନ୍ଦୀ କଥା ଶୁଣିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ରାଣୀ ମୁଖାର୍ଜୀ-କାଜଲ, ଜାହ୍ନବୀ-ଖୁସୀ, ସାରା-ଇବ୍ରାହିମ୍‌ଙ୍କ ଯୋଡ଼ିକୁ ଅନୁମାନ କରୁଛନ୍ତି।

ତେବେ ବି‌ଶେଷ ସୂତ୍ରରୁ ଜାଣିବାକୁ ମିଳିଛି ‌ଯେ ଏମାନଙ୍କ ମଧ୍ୟରୁ କେହି ନୁହଁନ୍ତି, ଏଥର ସୋ’ରେ ଦେଓଲ ବ୍ରଦର୍ସ ନଜର ଆସିବେ। ସନ୍ନି ଦେଓଲ ଓ ବବି ଦେଓଲଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ପୂର୍ବରୁ ବି ଏହି ଦୁଇ ଭାଇଙ୍କୁ ସିଜିନ୍‌-୧ର ୧୩ତମ ଏପିସୋଡ୍‌ରେ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *