ମୁଖ୍ୟ ଖବର

ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ‘ଆପ୍‌’ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି।

ଅକ୍ଟୋବର ୧୭ ତାରିଖ ଦିନ ଦୁଇଟି ପୃଥକ୍‌ ଜାମିନ ଆବେଦନର ବିଚାର କରି ବିଚାରପତି ସଞ୍ଜୀବ ଖାନ୍ନା ଓ ଏସ୍‌. ଭି. ଏନ୍‌. ଭଟ୍ଟି ଅକ୍ଟୋବର ୧୭ ତାରିଖ ଦିନ  ସଂରକ୍ଷିତ ରଖିଥିବା ରାୟ ଆଜି ଘୋଷଣା କରିଛନ୍ତି।

ଅକ୍ଟୋବର ୧୭ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟକୁ କହିଥିଲେ ଯେ, ଦିଲ୍ଲୀ ଅବକାରୀ ନୀତିକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଯଦି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହେଉଛି ତେବେ ତାହା ଏହି ବଡ଼ ଦୁର୍ନୀତିର ଅଂଶବିଶେଷ ନୁହେଁ। ସିସୋଦିଆଙ୍କ ବିରୋଧରେ ଆଗତ ଆର୍ଥିକ ଦୁର୍ନୀତି ମାମଲା ପ୍ରମାଣିତ କରିବା କଷ୍ଟକର ହେବ।

ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଲାଞ୍ଚ ଦିଆଯାଇଛି ବୋଲି ମନେକରି ମାମଲାର ବିଚାର କରାଯାଇ ପାରିବ ନାହିଁ। ସୁରକ୍ଷା ପାଇଁ ଯାହାକିଛି ବିହିତ ବ୍ୟବସ୍ଥା ଅଛି ସେ ସବୁ ମଞ୍ଜୁର କରାଯିବା ଆବଶ୍ୟକ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଭୂମିକା ଥିବା ଅଭିଯୋଗରେ ଫେବ୍ରୁଆରି ୨୬ ତାରିଖ ଦିନ ‘ସିବିଆଇ’ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି।

ଆର୍ଥିକ ଦୁର୍ନୀତି ହୋଇଛି ବୋଲି ‘ସିବିଆଇ’ ‘ଏଫ୍‌ଆଇଆର୍‌’କୁ ଆଧାର କରି ତିହାର ଜେଲ୍‌ରେ ଜେରା କରିବା ପରେ ମାର୍ଚ ୯ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ମାର୍ଚ ୯ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *