ରାଜ୍ୟ

ଟ୍ରେନ ରହଣି ଦାବିରେ ରେଳରୋକ: ଅଟକିଛି ୪ରୁ ଅଧିକ ଏକ୍ସପ୍ରେସ ଟ୍ରେନ

ରାଉରକେଲା: କରୋନା ପୂର୍ବରୁ ବିଶ୍ରା ଷ୍ଟେସନରେ ଅଟକୁଥିବା ସମସ୍ତ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ରହଣି ଦାବିରେ ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ ବିଶ୍ରା ଷ୍ଟେସନରେ ରେଳରୋକ କରାଯାଇଛି। ଆବାହକ ପ୍ରଦୀପ ରାଉତରାୟ ଓ ପୂର୍ବତନ ବିଧାୟକ ଜର୍ଜ ତୀର୍କୀଙ୍କ ନେତୃତ୍ୱରେ ଚାରିଶହରୁ ଅଧିକ ସ୍ଥାନୀୟ ବାସିନ୍ଦା ରେଳଧାରଣାରେ ବସି ରହିଛନ୍ତି। ସକାଳ ସାତଟାରୁ ଧାରଣା ଜାରି ରହିଛି। ଏହାଫଳରେ ହାୱାଡା – ମୁମ୍ବାଇ ମୁଖ୍ୟ ଲାଇନରେ ଯାତାୟାତ କରୁଥିବା ମାଲଗାଡ଼ି ସମେତ ମନୋହରପୁରରେ ଉତ୍କଳ ଏକ୍ସପ୍ରେସ, ରାଜଗାଙ୍ଗପୁରରେ ଗୀତାଞ୍ଜଳି ଏକ୍ସପ୍ରେସ, ରାଉରକେଲାରେ ଅହମଦାବାଦ- ହାୱାଡା, ସମ୍ବଲପୁର ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି।

ଘଣ୍ଟା ଘଣ୍ଟା ଧରି ଟ୍ରେନ ଅଟକି ରହିଥିବାରୁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ଯେ ପର୍ଯ୍ୟନ୍ତ ଟ୍ରେନ ରହଣି ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳିଛି ସେ ପର୍ଯ୍ୟନ୍ତ ରେଳ ଲାଇନରୁ ହଟିବେ ନାହିଁ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି। ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତାଙ୍କୁ ବୁଝାସୁଝା କରୁଛନ୍ତି। କରୋନା ପୂର୍ଵରୁ ବିଶ୍ରା ଷ୍ଟେସନରେ ସମଲେଶ୍ୱରୀ, ଉତ୍କଳ, ଇସ୍ପାତ ଓ ବୋକାରୋ, ଆଲେପି ଏକ୍ସପ୍ରେସ ରହୁଥିଲା। ଦୁଇ ବର୍ଷ ଧରି ଏହି ଟ୍ରେନଗୁଡ଼ିକ ରହୁ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *