ରାଜ୍ୟ

ପରିବା ଦର ଆକାଶ ଛୁଆଁ, ଖାଉଟି ହନ୍ତସନ୍ତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର
ଜିଲ୍ଲାରେ ପରିବା ଦର
ଆକାଶ ଛୁଆଁ ହୋଇଛି । ଯେଉଁଥିପାଇଁ
ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି ।
ଧନୀ ଲୋକମାନଙ୍କ ପାଇଁ ପରିବା
ଦର ବୃଦ୍ଧି ହେବା କୌଣସି ଚିନ୍ତାର
କାରଣ ହେଉନଥିବା ବେଳେ ଗରିବ
ଓ ମଧ୍ୟବିତ୍ତ ଲୋକମାନଙ୍କ ପାଇଁ
ପରିବା ଦର ବୃଦ୍ଧି ସେମାନଙ୍କୁ
ଅସୁବିଧାରେ ପକାଉଛି । ଗରିବ
ଲୋକଟିଏ ମଜୁରୀ ଲାଗି ୪ଶହ
ଟଙ୍କା ପାଉଛି । ସେହି ଟଙ୍କାରେ ନିଜ
ପରିବାର ପାଇଁ ତେଜରାତି ସଉଦା
କ୍ରୟ କରିବା ପରେ ପରିବା କିଣିବା
ପାଇଁ ଅର୍ଥର ଅଭାବ ହେଉଛି । ସେହି
ଦିନମଜୁରିଆଟି ପରିବା କିଣିବା ପାଇଁ
ବଜାରକୁ ଗଲାବେଳେ ପରିବା ଦର
ବୃଦ୍ଧି ଦେଖି ଚିନ୍ତାରେ ପଡ଼ିଯାଉଛି ।
ଏଥିସହିତ ଚାଉଳର ଦର ମଧ୍ୟ
୪୦ରୁ୫୦ଟଙ୍କା ଛୁଇଁଛି । ସାଧାରଣ ଗରିବ
ଓ ମଧ୍ୟବିତ୍ତ ପରିବାର ଚାଉଳ ଓ
ପରିବା କିଣିବା କଷ୍ଟସାଧ୍ୟ ହୋଇପଡ଼ିଛି ।
ବଜାରରେ ଆଳୁ ୩୫ଟଙ୍କା ପିଆଜ
୪୦ଟଙ୍କା ସହିତ ବାଇଗଣ ୫୦ଟଙ୍କା,
ଭେଣ୍ଡି ୬୦ଟଙ୍କା, କଲରା ୮୦ଟଙ୍କା,
ଟମାଟୋ ୭୦ଟଙ୍କା, ପୋଟଳ ୮୦ଟଙ୍କା,
ଜହ୍ନି ୫୦ଟଙ୍କା ସହିତ ଅନ୍ୟାନ୍ୟ ପରିବା
ଦର ମଧ୍ୟ ଅହେତୁକ ବୃଦ୍ଧି ହୋଇଛି ।
ଯାହାଫଳରେ ଖାଉଟିମାନଙ୍କ ମଧ୍ୟରେ
ଅସନ୍ତୋଷ ପ୍ରକାଶ ପାଇଛି । ତେବେ
ତୁରନ୍ତ ଚାଉଳ ଓ ପରିବା ଦର ହ୍ରାସ
କରିବା ପାଇଁ ସରକାର ପଦକ୍ଷେପ
ନେବାକୁ ସାଧାରଣରେ ଦାବି ହେଉଛି। ରିପୋର୍ଟ -ମହାଦେବ ମଲ୍ଲିକ, ସୋନପୁର ଜିଲ୍ଲା

Leave a Reply

Your email address will not be published. Required fields are marked *