ରାଜ୍ୟ

ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟକାଳ ବୃଦ୍ଧି ଚୁକ୍ତିରେ ଏଯାଏ ଦସ୍ତଖତ କରିନାହାନ୍ତି ଦ୍ରାବିଡ଼

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍‌ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ ଆଉ କେହି ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ ବୋଲି ଆଶା ରଖିଥିଲେ।ବୁଧବାର ଏ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଥିଲା। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ଭ‌ାବେ ରାହୁଲଙ୍କ ଚୁକ୍ତିକାଳ ବୃଦ୍ଧି ପାଇଛି ବୋଲି ବୁଧବାର  ‘ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଏହାକୁ ନେଇ ନିଜର ନୀରବତା ଭଙ୍ଗ କରିଛନ୍ତି ରାହୁଲ ଦ୍ରାବିଡ଼।

କାର୍ଯ୍ୟକାଳ ବୃଦ୍ଧିକୁ ନେଇ ରାହୁଲ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଚୁକ୍ତିରେ ସେ ସ୍ବାକ୍ଷର କରିନାହାନ୍ତି। ରାହୁଲ କହିଛନ୍ତି, ‘‘କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇସାରିଛି। ମୁଁ ଏପର୍ଯ୍ୟନ୍ତ ଚୁକ୍ତିରେ ଦସ୍ତଖତ କରିନାହିଁ, ହେଲେ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଚର୍ଚ୍ଚା ଚାଲିଛି। ଥରେ ମୋତେ କାଗଜପତ୍ର ମିଳିଯିବା ପରେ ମୁଁ ଦସ୍ତଖତ କରିଦେବି।’’

୨୦୨୧ ମସିହାରେ ରାହୁଲଙ୍କୁ ୨ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଥିଲା, ଯାହାକି ଏହି ମାସରେ ଶେଷ ହୋଇଛି। ତେବେ ଦ୍ରାବିଡଙ୍କ ପ୍ରଶିକ୍ଷଣ ଅଧୀନରେ ଭାରତ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଏବଂ ଏକ ଦିନିକିଆ ବିଶ୍ୱକପରେ ରନର୍ସଅପ୍ ହୋଇଛି।  ଗତ ଦୁଇ ବର୍ଷ ମଧ୍ୟରେ ସେ ଭଲ ରେକର୍ଡ କରିଛନ୍ତି।

Leave a Reply

Your email address will not be published. Required fields are marked *