ରାଜ୍ୟ

ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଜଳସଂପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟନ କରାଯାଇଛି। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିଛନ୍ତି। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି। ସେ ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୨୫ ଭିତରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ଏଥିରେ ୨୦୦ ଛାତ୍ରଛାତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ରେଳଯାତ୍ରା କରିବେ।

recommended by

MAX LIFE INSURANCE

Secure Your Family With ₹1Cr Term Plan @ ₹841/Month*! *T&C Apply

GET QUOTE

ସକାଳେ ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ପାହାଡ଼ପୁରକୁ ଯାଇ ‌ସେଠାରେ ମୁର୍ମୁ ଛକରେ ତାଙ୍କ ସ୍ବାମୀ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହାପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସେଠାରୁ ପାହାଡ଼ପୁରରେ ନିଜେ ଗଢ଼ିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ।

ରାଷ୍ଟ୍ରପତି ମୟୂରଭଞ୍ଜର ରାଇରଙ୍ଗପୁରର ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୫୫ରେ ବାହାରି ଅପରାହ୍ଣ ୧ଟା ୧୦ରେ ବୁର୍ଲାସ୍ଥିତ ଏମ୍‌ସିଏଲ୍‌ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ଏମ୍‌ସିଏଲ୍‌ ଗେଷ୍ଟ ହାଉସ୍‌ରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ସାଢ଼େ ୩ଟାରେ ଭିସୁଟ୍‌ ଅଭିମୁଖେ ଯିବେ। ଭିସୁଟ୍‌ ପରିସରରେ ପ୍ରଥମେ ମହାନ ସ୍ବାଧୀନତା ସେନାନୀ ବୀରସୁରେନ୍ଦ୍ର ସାଏ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ବିଶିଷ୍ଟ ସାରସ୍ବତ ସାଧକ ଗଙ୍ଗାଧର ମେହରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ୫ଟା ୧୦ରେ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ରାଷ୍ଟ୍ରପତି ବୁର୍ଲାରୁ ସମ୍ବଲପୁର ବାହାରିବେ। ମା’ ସମଲେଶ୍ବରୀଙ୍କ ଦର୍ଶନ ଓ ଆରତି ସାରି ୫ଟା ୫୫ରେ ଏମ୍‌ସିଏଲ ଗେଷ୍ଟ ହାଉସ୍‌କୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ରାତ୍ରିଯାପନ କରିବେ।

 ପୂର୍ବବର୍ତ୍ତୀ ଖବର

ଷ୍ଟାଡିୟମରେ ମୋଦୀଙ୍କୁ ଦେଖି ଖେଳାଳି ମାନସିକ ଚାପରେ ଖେଳିଲେ: କଂଗ୍ରେସ ନେତା ଅଜୟ ରାୟ

ପରବର୍ତ୍ତୀ ଖବର 

ଅଲଟ୍ରାସାଉଣ୍ଡ ପାଇଁ ଜଗିବାକୁ ପଡିବ ୨ ବର୍ଷ: ଏମ୍ସ ନୂଆଦିଲ୍ଲୀରେ ଏଭଳି ଅବସ୍ଥାକୁ ନେଇ ଜୋରଦାର ଚର୍ଚ୍ଚା

ସମ୍ବନ୍ଧିତ ଖବର

Latest

ବଡ଼ଦାଣ୍ଡରେ ପଞ୍ଚୁକ ୫ ଦିନ ଉଠାଦୋକାନ ବନ୍ଦ

Latest

୫ ବର୍ଷ ମଧ୍ୟରେ ୪୩୦ଟି ହାତୀଙ୍କ ମୃତ୍ୟୁ, ୨୩୫୨ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ଯାଇଛି ଜୀବନ

Latest

ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର, ୩ ଜଣଙ୍କର ମୃତ୍ୟୁ

Latest

ରସଗୋଲା ପାଇଁ ହଣାକଟା: ୬ ଗୁରୁତର ଆହତ

Latest

ପୁଣି ରେଳବାଇର ଅବହେଳା: ଗୋଟିଏ ଲାଇନରେ ପାସେଞ୍ଜର ଓ ଦୁଇ ଏକ୍ସପ୍ରେସ ଟ୍ରେନ୍

Latest

ଜୟ ଜଗନ୍ନାଥ ବି.ଏଡ କାଉନସେଲିଂ ସେଣ୍ଟରର ଅପୂର୍ବ ସଫଳତା

Latest

ନଡା ଜାଳୁଥିବା ଲୋକଙ୍କୁ ଜରିମାନା ସହ ଏମଏସପିରୁ ବଂଚିତ କର: ସୁପ୍ରିମକୋର୍ଟ

Latest

ଜମି ବିକ୍ରି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଏକଜୁଟ ହେଲେ ୪ ଜିଲ୍ଲାର ଆଦିବାସୀ: ଡିସେମ୍ବର ୫ରେ…

sambad horoscope banner

ସମ୍ବନ୍ଧିତ

ବଡ଼ଦାଣ୍ଡରେ ପଞ୍ଚୁକ ୫ ଦିନ ଉଠାଦୋକାନ ବନ୍ଦ

Nov 21, 2023

୫ ବର୍ଷ ମଧ୍ୟରେ ୪୩୦ଟି ହାତୀଙ୍କ ମୃତ୍ୟୁ, ୨୩୫୨ ଅନ୍ୟାନ୍ୟ…

Nov 21, 2023

ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର, ୩ ଜଣଙ୍କର ମୃତ୍ୟୁ

Nov 21, 2023

ରସଗୋଲା ପାଇଁ ହଣାକଟା: ୬ ଗୁରୁତର ଆହତ

Nov 21, 2023

ପୁଣି ରେଳବାଇର ଅବହେଳା: ଗୋଟିଏ ଲାଇନରେ ପାସେଞ୍ଜର ଓ ଦୁଇ ଏକ୍ସପ୍ରେସ…

Nov 21, 2023

କ୍ୟାଲେଣ୍ଡର୍

MTWTFSS
 12345
6789101112
13141516171819
20212223242526
27282930 

« Oct

© 2023 – Sambad. All Rights Reserved.

Developed By: Team Sambad

Leave a Reply

Your email address will not be published. Required fields are marked *