କଲେଜ ଛାତ୍ରୀଙ୍କୁ ବଳାତ୍କାର ଭିଡିଓ ଭାଇରାଲ ଅଭିଯୁକ୍ତ ଗିରଫ
ଦାରିଙ୍ଗବାଡି /ବ୍ରାହ୍ମଣୀଗାଁ ତା: କଲେଜ ଛାତ୍ରୀ ଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ ଆଉ ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ଧମକ ଚମକ ଦେଇ ଛାତ୍ରୀ ଙ୍କ ନଗ୍ନ ଦୃଶ୍ୟ କୁ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଭାଇରାଲ କରିବା ଘଟଣା ରେ ଦାରିଙ୍ଗବାଡି ଥାନା ପୋଲିସ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଜଣକ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପର୍ତ୍ତ ମାହା ପଞ୍ଚାୟତ କଟାବାଡ଼ି ଗ୍ରାମର ଜିହୋସୟ ପ୍ରଧାନ l ସୂଚନା ମୁତାବକ ଦାରିଙ୍ଗବାଡି ଅଞ୍ଚଳର ଜଣେ ଯୁବତୀ ଦାରିଙ୍ଗବାଡି ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ଘର ଭଡ଼ା ନେଇ ଏକ ଘରୋଇ କଲେଜରେ ଅନ୍ୟ ଦୁଇ ଜଣ ସହପାଠୀ ଙ୍କ ସହିତ ରହୁଥିଲେ ତେବେ ଗତ ୨୯ତାରିଖରେ ୩ଜଣ ଛାତ୍ରୀଙ୍କ ମଧ୍ୟରୁ ୨ଜଣ କଲେଜ ଯାଇ ଥିବା ବେଳେ ଅଭିଯୋଗ କରିଥିବା ପିଡ଼ିତା ଛାତ୍ରୀଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଭଡ଼ା ଘରେ ଏକୁଟିଆ ରହିଥିଲେ ସେହି ସମୟରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜିହଶୟ ବଳ ପୂର୍ବକ ଏକୁଟିଆ ଥିବା ଛାତ୍ରୀ ରହୁଥିବା ଘର ଭିତରକୁ ପଶି ଛାତ୍ରୀ ଙ୍କୁ ବଳାତ୍କାର କରିଥିଲା ବଳାତ୍କାର କରିବା ପରେ ଛାତ୍ରୀଙ୍କ ନଗ୍ନ ଫୋଟ ଭିଡିଓ ଉତ୍ତଳନ କରି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଏବଂ ଛାତ୍ରୀ ଙ୍କ ନଗ୍ନ ଫୋଟ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ରେ ଭାଇରାଲ କରିଥିଲେ l ଏନେଇ ଗତକାଲି ଛାତ୍ରୀ ଜଣକ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦାରିଙ୍ଗବାଡି ଥାନା ପୋଲିସ ୨୦୨/୨୩ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ଏହି ଘଟଣାରେ ଆଇପିସି ର ଧାରା ୩୭୬,୫୦୫ଓ IT ଆକ୍ଟ ୬୭ ଓ ୬୭-A ଅନୁସାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l