ରାଜ୍ୟ

ଦାରିଙ୍ଗବାଡିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଂକଳ୍ପ କାର୍ଯ୍ୟକ୍ରମ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ଦାରିଙ୍ଗବାଡି ପଞ୍ଚାୟତ ସ୍ଥିତ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ଓ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର ସମ୍ମାନିତ ଅତିଥି ଭାବେ ତହସିଲଦାର ଶରତ ଶବର ସିଡିପିଓ ଅଞ୍ଜଳି ମହାପାତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ଉତ୍ତର କବାଟ ଦାରିଙ୍ଗବାଡି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ l କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବିକଶିତ ଭାରତ ସ୍ବପ୍ନକୁ ସାକାର କରିବାକୁ ହେଲେ ସରକାରୀ ଯୋଜନାକୁ ଗରିବରୁ ଅତି ଗରିବ ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡ଼ିବ । ଏହାସହ ସମାଜରେ ଥିବା ଗରିବ ଅବହେଳିତ ଆଦିବାସୀଙ୍କ ନିକଟରେ ସମସ୍ତ ଯୋଜନା ପହଞ୍ଚିଲେ ହିଁ ଭାରତର ବିକାଶ ସମ୍ଭବ ହେବ ।” କାର୍ଯ୍ୟକ୍ରମ ରେ ଏକ ସଚେତନତା ରଥରେ ଥିବା ଏଲ ଇ ଡି ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଜନ ପ୍ରତିନିଧି ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କୁ ପ୍ରଦର୍ଶିତ କରା ଯାଇଥିଲା l କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ସବୁଠି ସ୍ବଚ୍ଛତା ସୁବିଧା, ଜରୁରୀ ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ବାସ୍ଥ୍ୟସେବା, ସ୍ବଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହାସହ ଜନସମ୍ପର୍କ ସ୍ଥାପନ ଲାଗି ଗୁରୁତ୍ବ ଦିଆଯିବ । ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜିକରଣ କରାଯିବ । ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ସଂକଳ୍ପ ଯାତ୍ରା କୁ ଦେଶର କୋଣ ଅନୁକୋଣ ରେ ପହଞ୍ଚାଇବା ଲକ୍ଷ ରଖିଛନ୍ତି l ଦାରିଙ୍ଗବାଡିରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ଅଧୀନରେ ମନରେଗା ଯୋଜନା ରେ କାମ କରି ଲାଭର୍ଥୀ ହୋଇଥିବା ଶ୍ରମିକ ଉଜ୍ବଳା ଯୋଜନାରେ ଘରୋଇ ଗ୍ୟାସ ସିଲିଣ୍ଡର ପାଇଥିବା ମହିଳା ମାନେ ନିଜର ଅନୁଭୂତି ପ୍ରକାଶ କରିଥିବା ବେଳେ ସ୍ଥାନୀୟ କଳାକାରଙ୍କ ଦ୍ବାରା ପାଲା ମାଧ୍ୟମରେ ସଚେତନତା କରାଯାଇଥିଲା l

Leave a Reply

Your email address will not be published. Required fields are marked *