ଏନଟିପିସି ଶ୍ରମିକ ମାରଣନିତୀ କୁ ବିରୋଦ୍ଧ,ପ୍ଲାଣ୍ଟକୁ କୋଇଲା ପରିବହନ ଠପ୍। ୩୬ଘଣ୍ଟା ରେ ପହଞ୍ଚିଲା ଗଣଧାରଣା।

ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ଥ ଓ କଣିହାଁ ଅଞ୍ଚଳ ଜନସାଧାରଣ ଙ୍କ ସମସ୍ୟା କୁ ନେ ଆଜି ତାଳଚେର ସୁରକ୍ଷା ମଞ୍ଚ ୧୨ ଦଫା ଦାବିରେ ଏନଟିପିସି ମୁଖ୍ୟ ଫାଟକ ସମୁକ୍ଷରେ ବିକ୍ଷୋଭ କରାଯାଇଛି Iସୁରକ୍ଷା ମଞ୍ଚର ସଭାପତି ମୁରଲୀ ଧର ସାହୁ ଙ୍କ ନେତୂତ୍ୱରେ ଆଜି ଶତାଧିକ ଲୋକ ବିକ୍ଷୋଭ ୩୬ ଘଣ୍ଟା ହେଲା ଯାରି ରଖିଛନ୍ତି Iଏନଟିପିସି ର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ସମସ୍ତ ଠିକା କର୍ମଚାରୀ ମାନଙ୍କୁ HPC ହାରରେ ବେତନ ପ୍ରଦାନ,କାର୍ଯ୍ୟରତ ସମସ୍ତ କଣ୍ଟିଜେନସି କର୍ମଚାରୀ ମାନଙ୍କର କଣ୍ଟିଜେନିସି ମାନ୍ୟତାକୁ ସଂଶୋଧନ କରାଯାଇ ଏନଟିପିସି ର ନିୟମିତ ରକ୍ଷଣବେକ୍ଷଣ ଠିକା କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ,ନିଯୁକ୍ତି ଅବସର ନେଇଥିବା ଏନଟିପିସି ର ସମସ୍ତ ଠିକା କର୍ମଚାରୀ ମାନଙ୍କୁ ଅବସର ପରବର୍ତ୍ତୀ ଜୀବନ ଧାରଣ ପାଇଁ ୨୦ ଲକ୍ଷ୍ୟ ପ୍ରଦାନ ଏବଂ ସେହି ପରିବାରର ଜଣେ ଉତ୍ତରାଧିକାରୀ ଙ୍କୁ ଠିକା କର୍ମଚାରୀ ଭାବେ ନିୟୋଜିତ,ଏନଟିପିସି ରୁ ନିର୍ଗତ ହେଉଥିବା ପାଉଁସ ମିଶ୍ରିତ ଦୂଷିତ ପାଣି ଏବଂ କଲୋନୀରୁ ନିର୍ଗତ ଦୂଷିତ ଜଳ ପାର୍ଶ୍ୱରେ ପ୍ରଭାବିତ ହେଉଥିବା ଟିକିରା ନଦୀ ଓ ବ୍ରାହ୍ମଣୀ ନଦୀରେ ହେଉଥିବା ମିଶ୍ରଣ କୁ ବନ୍ଦ କରାଯାଉ ପ୍ରମୁଖ ଦାବି କରାଯାଇଥିବା ବେଳେ ଆନ୍ଦୋଳନକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସମର୍ଥନ କରିଛନ୍ତି Iଏନଟିପିସି ର ମନମୁଖୀ କାର୍ଯ୍ୟ ଓ ଶ୍ରମିକମାନଙ୍କ ମାରଣନିତୀ କରୁଥିବା ନେଇ ତାଳଚେର ବିଧାୟକ ଏନଟିପିସି କୁ ଚେତାବନୀ ଦେବାସହ ଏପରି କାର୍ଯ୍ୟରୁ ନିର୍ବୂତ ରୁହନ୍ତୁ କହି ବର୍ଷିଥିଲେ Iତାଳଚେର ଓ କଣିହାଁ ବ୍ଲକର ଅଧ୍ୟକ୍ଷ ଓ ଉପାଧକ୍ଷ୍ୟ,ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟା ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ I

Leave a Reply

Your email address will not be published.