ରେଳ ଚଳାଚଳ କୋଭିଡ଼ ପୂର୍ବାବସ୍ଥାକୁ ଫେରୁଛି

ବାଲେଶ୍ଵର ସଂସଦୀୟ କ୍ଷେତ୍ର ପାଇଁ ଖୁସିର ଖବର, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉଦ୍ୟମ ଫଳ ସ୍ବରୂପ ବାଲେଶ୍ଵର ଜିଲ୍ଲା ସମେତ ସଂସଦୀୟ କ୍ଷେତ୍ରରେ ରେଳ ଚଳାଚଳ କୋଭିଡ଼ ପୂର୍ବାବସ୍ଥାକୁ ଫେରୁଛି। କୋଭିଡ଼ ପରେ ରେଳ ଚଳାଚଳ ସ୍ବାଭାବିକ ହେବା ପରେ ଅନେକ ଟ୍ରେନ ଯିବା ଆସିବା ରହଣି କ୍ଷେତ୍ରରେ ଅସାମଞ୍ଜସ୍ୟ ଦେଖାଦେଇଥିଲା। ଯାହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସହିତ ଅସନ୍ତୋଷ ଦେଖା ଦେଇଥିଲା। ଏ ବାବଦରେ ମାନନୀୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରେଳବାଇର ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିବା ସହିତ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ସହିତ ଆଲୋଚନା କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସମୟରେ ରେଳମନ୍ତ୍ରୀ ବାଲେଶ୍ଵର ଆସିଥିବା ସମୟରେ ମଧ୍ୟ ଏବାବଦରେ ସାଂସଦଙ୍କ ସହିତ ବିଷଦ ଚର୍ଚ୍ଚା ହେଇଥିଲା ଓ ରେଳମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଖୁବଶୀଘ୍ର ଏହାର ସମାଧାନ କରିବାପାଇଁ। ସେହି କ୍ରମରେ ଆଜି ରେଳ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେ ପ୍ରଥମ ପର୍ଯ୍ୟାୟରେ ସୋର ରେଳ ଷ୍ଟେସନରେ ଉତ୍କଳ ଓ ଜଗନ୍ନାଥ ଏକ୍ସପ୍ରେସର ରହିଛି ୧-୬-୨୩ ପାଖରୁ ସ୍ବଭାବିକ ଭାବରେ ହେବ, ଏବଂ ଆଗାମୀ ଅଳ୍ପ ଦିନରେ ବେତନଟୀ ଠୁଁ ଆରମ୍ଭ କରି ଜଳେଶ୍ଵର ପର୍ଯ୍ୟନ୍ତ ଟ୍ରେନ ରହଣି କ୍ଷେତ୍ରରେ ଥିବା ଅସଙ୍ଗତିକୁ ଦୂର କରିଯିବ ବୋଲି ରେଳମନ୍ତ୍ରୀ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସୋର ଷ୍ଟେସନରେ ଉତ୍କଳ ଓ ଜଗନ୍ନାଥ ଏକ୍ସପ୍ରେସର ରହଣି ପାଇଁ ସୋର ବିଜେପି ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ ମଧ୍ୟ ଅନେକ ସମୟରେ ସାଂସଦଙ୍କ ସହିତ ଆଲୋଚନା କରିବା ସହିତ ଦାବିପତ୍ର ଦେଇଥିଲେ। ସାଂସଦଙ୍କ ପ୍ରଚେଷ୍ଟାରେ ରେଳ ରହଣି କ୍ଷେତ୍ରରେ ଅସାମଞ୍ଜସ୍ୟ ଦୂର ହୋଇଥିବାରୁ ଜିଲ୍ଲା ସମେତ ସଂସଦୀୟ କ୍ଷେତ୍ରର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ

Leave a Reply

Your email address will not be published.