ବାଘଝରି ଶୈବ ପୀଠରେ ଦେବଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେଲେ ବିପିନ୍ ପ୍ରଧାନ ।

କୁକୁଡ଼ାଖଣ୍ଡି,୨୫/୫/୨୩ : କୁକୁଡ଼ାଖଣ୍ଡି ବ୍ଲକ୍ ଅଞ୍ଚଳରେ ଥିବା ବିଭିନ୍ନ ଶୈବ ପୀଠ ମାନଙ୍କରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ମହାଆଡ଼ମ୍ବରରେ ବୁଧବାର ରାତିରେ ସମ୍ପନ୍ନ ହୋଇଛି।ତେବେ ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘଝରି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଅବସରରେ ମହାଦେବ ଶିବ ଏବଂ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଯୋଗ ଦେବା ପାଇଁ ଗ୍ରାମବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ମାଟିର ପୁଅ,ପୂର୍ବତନ ବ୍ଲକ ଅଧକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡ୍ଡୀ,ପୂର୍ବତନ ନଗରପାଳ ଉଦୟନାଥ ସ୍ବାଇଁ,ସମବାୟ ସଭାପତି ପ୍ରମୋଦ ପାଣିଗ୍ରାହି, ମହୁଡା ପଞ୍ଚାୟତ ସମିତି ସଭ୍ୟ ଜତୀନ୍ଦ୍ର ପାତ୍ର,ବାଘଲଟି ପଞ୍ଚାୟତ ସମିତି ସଭ୍ୟ ସାରଥି ପ୍ରାସାଦ ଗୌଡ଼,ପୂର୍ବତନ କୁକୁଡ଼ାଖଣ୍ଡି ବ୍ଲକ ବିଜେଡି ସଭାପତି ତଥା ଡିଆରଏମସି ଡାଇରେକ୍ଟର ସନ୍ତୋଷ କୁମାର ଚୌଧିରୀ,ପୂର୍ବତନ ସମବାୟବିତ୍ ସଭାପତି ସୁଧୀର କୁମାର ରାଉତ,ଯୁବ ସମାଜସେବୀ ରଜତ କୁମାର ପାତ୍ର,ଭଗବାନ ସାମଲ,କୁଷଧର ସାହୁ,ରାଜେନ୍ଦ୍ର ସାହୁ,ନିରଞ୍ଜନ ସାହୁ,ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ,ବମକୋଇ ପୁର୍ବତନ ସରପଞ୍ଚ ଭଗବାନ ବାଡତ୍ୟା,ଗୋକର୍ଣପୁର ପୁର୍ବତନ ସରପଞ୍ଚ ଅସିତ୍ କମାର ସାହୁ,ଖମ୍ଭାରୀଗାଁ ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର,କଇଠଡା ସରପଞ୍ଚ ଦେବହରି ଗୌଡ଼,ଦିଗପହଣ୍ଡି ଯୁବ ନେତା ମନୋଜ ସାହୁ,ମହେଶ ପ୍ରଧାନ,ପୁର୍ବତନ ବ୍ଲକ ଛାତ୍ର ବିଜେଡ଼ି ସଭାପତି ରାଜ କିଶୋର ମହାନ୍ତି,ବିକ୍ରମ ସିଂ,ରାଜୀବ ରେଡ଼ି,ଆଲୋକ ରଣା ପ୍ରମୁଖ ଯୋଗ ଦେଇଥିଲ।ସେହିପରି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡ଼ା ଗଙ୍ଗା ମନ୍ଦିର, ଲାଠୀ, ନିମଖଣ୍ଡି ସ୍ଥିତ ତୋଠାମଠ ସ୍ଥିତ ନର୍ମଦେଶ୍ୱର, ଜଗଦଳପୁର ସ୍ଥିତ ନୀଳକଣ୍ଠେଶ୍ୱର ସମେତ ଗୁରୁଣ୍ଠି,ଶିହଳା,କଙ୍କିଆ ସ୍ଥିତ ଘଟକେଶ୍ୱର, କୁକୁଡ଼ାଖଣ୍ଡି, ଆଙ୍କୁଶପୁର,ମସିଆଖାଲି ସମେତ ବିଭିନ୍ନ ଶୈବ ପୀଠ ମାନଙ୍କରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଛି। ଶୀତଳ ଷଷ୍ଠୀ ଅବସରରେ ବିଭିନ୍ନ ଶୈବ ପୀଠରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଦେବ ଦମ୍ପତିଙ୍କ ଚଳନ୍ତି ପ୍ରତିମା ଶୋଭାଯାତ୍ରାରେ ଗ୍ରାମ ଓ ନଗର ପରିକ୍ରମା କରାଯାଇଥିଲା।

Leave a Reply

Your email address will not be published.