ଜିଲା ପ୍ରସ କ୍ଳବଠାରେ ମେଟ୍ରୋନ ସଂଘର ବୈଠକ ଅନୁଷ୍ଠିତ।
ଜିଲା ମେଟ୍ରୋନ ସଂଘର ବୈଠକ ଫୁଲବାଣୀ ପ୍ରେସ କ୍ଳବ ଠାରେ ସଭାପତି ଜୀନତ ଅମନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂମ୍ପାଦିକା ପ୍ରଭାସିନୀ ମହାରଣା ରାଜ୍ୟ ସଭାପତି ଓ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ୱାଗତ କରି ପ୍ରାରମ୍ଭିକ ସୁଚନା ଦେଇଥିଲେ। ରାଜ୍ୟ ମେଟ୍ରୋନ ସଂଘ ସଭାପତି ସୁଜାତା ଭୂୟାଁ ଅତିଥି ଭାବେ ବୈଠକରେ ଯୋଗ ଦେଇ ସଂଘର ଏକତା ଓ ରାଜ୍ୟ ବିଭାଗୀୟ ଅଧିକାରୀଙ୍କ ସହ ସଂଗଠିତ ଭାବେ ସମନ୍ୱୟ ରକ୍ଷା ପାଇଁ ପରାମର୍ଶ ଦେଇଥିଲେ।ସରକାର ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ଘୋଷଣା କରିଥିବା ବେଳେ ମେଟ୍ରୋନ ମାନଙ୍କୁ ନିୟମିତ କରିବାକୁ ଦାବୀ କରାଯାଇଛି। ଦଶ ବର୍ଷ ପରେ ଦରମା ବୃଦ୍ଧି ହେଉନଥିବାରୁ ଦରମା ବଢାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଇତି ମଧ୍ୟରେ ମେଟ୍ରୋନ ମାନେ କେବଳ ବର୍ଷରେ ୧୫ଦିନ ଛୁଟି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ମେଟ୍ରୋନ ମାନଙ୍କୁ ଦାୟିତ୍ୱ ଦିଆଯାଉ ନ ଥିଲା ବେଳେ ବିଦ୍ୟାଳୟରେ କୌଣସି ଅଘଟଣ ଘଟିଲେ ମେଟ୍ରୋନ ମାନଙ୍କ ଉପରକୁ ଦାୟିତ୍ୱ ଖସାଇ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଆସାମୀମାନେ ଖସି ଯାଉଥିବା ଅଭିଯୋଗ ହୋଇଛି।କେତେକ ଶିକ୍ଷକ ମେଟ୍ରୋନଙ୍କୁ ଅସଦବ୍ୟବହାର କରିବାକୁ ପଛାଉ ନଥିବା ଅଭିଯୋଗ ହୋଇଛି।ନିମ୍ନମାନର ଖାଦ୍ୟ ପେୟ ଯୋଗୁଁ ପିଲାମାନେ ହଷ୍ଟେଲ ଛାଡୁଥିବା
ଦେଖାଯାଏ।ବାସ୍ତବରେ ହଷ୍ଟେଲ ଦାୟିତ୍ୱରେ ଶିକ୍ଷକ ଶକ୍ଷୟତ୍ରୀ ରହି ନିମ୍ନମାନର ଖାଦ୍ୟ ଦେବାକୁ ମେଟ୍ରୋନ ମାନଙ୍କୁ ଓ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଏକ ରକମ ବାଧ୍ୟ କରୁଥିବା ଅଭିଯୋଗ ହୋଇଆସୁଛି।କିନ୍ତୁ ଏହାର ସଠିକ ତଦାରଖ ହେଉନାହିଁ। ସରକାରଙ୍କ ନିୟମ ଅନୁସାରେ ମେଟ୍ରୋନ ମାନଙ୍କୁ ଦାୟିତ୍ୱ ଦେବା ଓ କର୍ମଚାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରଖି ଆବାସିକ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଖାଦ୍ୟପେୟ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି।ଏହି ଅବସରରେ ରାଜ୍ୟ ସଂଘର ଉପଦେଷ୍ଟା ଦିଲିପ ସ୍ୱାଇଁ,,ରୋହିଣି ପରିଛା ଯୋଗଦେଇଥିବା ବେଳେ ପ୍ରେସ କ୍ଲବ ର ସଂମ୍ପାଦକ ପ୍ରଶାନ୍ତ କୁମାର ବେହେରା ଅତିଥି ଭାବେ ଯୋଗଦେଇ ସରକାର ସମସ୍ତ କର୍ମଚାରୀ ଙ୍କୁ ସମାନ ସୁବିଧା ସୁଯୋଗ ଦେବାକୁ କହିଥିଲେ।ଜିଲା ମେଟ୍ରୋନ ସଂଘର ଉପଦେଷ୍ଟା ଅଶୋକ ପରିଡା ସଂଘଶକ୍ତିର ମହତ୍ୱ ସମ୍ପର୍କରେ ପରାମର୍ଶ ଦେଇଥିଲେ।କେତେକ ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ଅସାମାଜିକ କାର୍ଯ୍ୟ ଓ ଛାତ୍ରୀମାନଙ୍କୁ ଘରୋଇ କାର୍ଯ୍ୟରେ ଲଗାଇବାକୁ ସାମୁହିକ ବିରୋଧ କରିବାକୁ ଓ ଜିଲାପାଳଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାର ପ୍ରତି ବ୍ଲକରୁ ମେଟ୍ରୋନ ପ୍ରତିନିଧି ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।